ସୁବର୍ଣ୍ଣପୁର: ପୁଣି ଅଲୋଡା ନବଜାତ, ଅବେହେଳିତ ଅବସ୍ଥାରେ ଖେଳପଡିଆରୁ ଉଦ୍ଧାର

ସୁବର୍ଣ୍ଣପୁର(କେନ୍ୟୁଜ୍): ପୁଣି ଅଲୋଡା ନବଜାତ। ଅବେହେଳିତ ଅବସ୍ଥାରେ ପଡିଆରୁ ହେଲା ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଖେଳପଡିଆରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଆଜି ସକାଳେ ଗାଁର ରଞ୍ଜନ ବଗର୍ତ୍ତି ଗାଁ ପାଖ ପଡିଆକୁ ଯାଇଥିବାବେଳେ ଶିସୁ କାନ୍ଦ ଶୁଣିଥିଲେ। ପରେ ଶିଶୁକୁ ଉଦ୍ଧାର କରି ଆଶା କର୍ମୀଙ୍କୁ ଦେଇଥିଲେ। ଏହାପରେ ୧୦୮ ଆମ୍ବୁଲାନ୍‌ସରେ ଶିଶୁଟିକୁ ଉଲୁଣ୍ଡା ଜାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତାମନ ତାର ଅବସ୍ଥା ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଶିଶୁଟିକୁ ଶିସୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.