ବାଲେଶ୍ବର : ରାସ୍ତା କଡରୁ ଦୁଇ ନବଜାତ ଶିଶୁ କନ୍ୟା ଉଦ୍ଧାର

ବାଲେଶ୍ବର : ରାସ୍ତା କଡରୁ ଦୁଇ ନବଜାତ ଶିଶୁ କନ୍ୟା ଉଦ୍ଧାର । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ବାସୁଦେବପୁରରେ । ସ୍ଥାନୀୟ ଗୁଡ ଗାଁର ଉଦ୍ଧବ ନାୟକ ଯାଉଥିବା ବେଳେ ରାସ୍ତା କଡରେ କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧବ ନିଜ ଘରେ ଆଣି ରଖିଥିବାର ସୂଚନା ମିଳିଛି । ଅନ୍ୟପଟେ ପିଲା ଦୁଇଟି କାହାର ଏଯାଏଁ ଜଣା ପଡିନାହିଁ ।