ବାଲେଶ୍ୱର (କେନ୍ୟୁଜ୍) : ରେଳ ଷ୍ଟେସନ ନିକଟରେ ଖସି ପଡ଼ିଲା ନିର୍ମାଣାଧୀନ ରେଲେଓ୍ଵ ଓଭରବ୍ରିଜ ସ୍ଲାବ୍ । ଶୋଭାରାମପୁରରେ କାମ ଚାଲିଥିବା ବେଳେ ସାଢ଼େ ୧୧ଟା ବେଳେ ହଠାତ୍ ସ୍ଲାବ ଖସି ପଡ଼ିଥିଲା । ରେଳ ଧାରଣା ଉପରେ ପଡ଼ିବାରୁ ଏହି ରୁଟରେ ରେଳ ଚଳାଚଳ ବନ୍ଦ ରହିଛି । ରେଳ ଧାରଣା ଦେଇ ଯାଇଥିବା ହାଇଭୋଲଟେଜ୍ ବିଦ୍ୟୁତ ତାରଗୁଡ଼ିକ ମଧ୍ୟ ଛିଣ୍ଡି ଯାଇଛି । ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଖଡଗପୁର DRM ମନୋରଞ୍ଜନ ପ୍ରଧାନ । ତେବେ ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି । ବ୍ରିଜର ଗାର୍ଡର ଲଞ୍ଚ ବେଳେ ଏହି ଅଘଟଣ ଘଟିଛି । ଆଜି ଶେଷ ଗାର୍ଡରଟି ଲଗାଯିବା ବେଳେ କୌଣସି କାରଣରୁ ପ୍ରଥମ ଗାର୍ଡରଟି ଖସି ପଡ଼ିଥିଲା । ତାସହ ତୃତୀୟ ଓ ଚତୁର୍ଥ ଗାର୍ଡରଟି ମଧ୍ୟ ତଳକୁ ଓହଳି ପଡ଼ିଥିଲା । ଏକ କନ୍ଷ୍ଟ୍ରକ୍ସନ କମ୍ପାନୀ ଗାର୍ଡର ଲଞ୍ଚ କରୁଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରାଯାଉଛି ।
You might also like