ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି

କେନ୍ୟୁଜ୍(ବ୍ୟୁରୋ): ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ ଚାମ୍ବରରେ ଏହି ଶପଥ ନେଇଛନ୍ତି। ନିକଟରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ୬୬ ହଜାର ୧୨୨ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ସମୁଦାୟ ମୋଟ୍‌ ୯୩ ହଜାର ୯୫୩ ଭୋଟ୍‌ ପାଇଥିଲେ। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଓ ତୃତୀୟରେ ରାଧାରାଣୀ ପଣ୍ଡା ୨୭ହଜାର ୮୩୧ ଭୋଟ୍‌ । ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୬୩୦ ଭୋଟ୍‌ ମିଳିଛି ।