ଆସିଲା ନୂଆ ଅବକାରୀ ନୀତି, ସେପ୍ଟେମ୍ବର ୧ରୁ ଲାଗୁ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି  I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସର୍ତ୍ତମାନ ରଖାଯାଇଛି  I ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବା ନାହିଁ । ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର୍ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର ହୋଟେଲଙ୍କୁ ହିଁ ନୂଆ ବାର୍ ଲାଇସେନ୍ସ ମିଳିବ । ବେଳାଭୂମିରେ ମଦ କ୍ୟାବିନ ଖୋଲିବା ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବାର୍ଷିକ ଲାଇସେନ୍ସ ରହିବ ୫୦ ହଜାର ଟଙ୍କା । ୫ ଷ୍ଟାର ହୋଟେଲରେ ବାର ଖୋଲିବା ପାଇଁ ବାର୍ଷିକ ଦେୟ ୧୫ ଲକ୍ଷ ୫୦ ହଜାର ରଖାଯାଇଛି । ବାର୍ ରେ କେବଳ ଗୀତ ହେବ, ନାଚ ହେବନି । ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି । ଏହା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ  ।