ମାର୍ଚ୍ଚ ୩୦ରୁ ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଖୁବ୍ ଶୀଘ୍ର ଉତ୍ତର ପ୍ରଦେଶର ଗାଜିଆବାଦ ଓ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ଭଳି ଦୁଇଟି ରୁଟକୁ ବିମାନ ଯୋଗେ ସଂଯୋଗ ହେବ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରାଯାଇଛି ।

ମାର୍ଚ୍ଚ ୩୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦର ଏବଂ ପୋର୍ଟ ବ୍ଲେୟାରର ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଦୁଇଟି ଘରୋଇ ଗନ୍ତବ୍ୟସ୍ଥଳକୁ ଦୈନିକ ବିମାନ ଉଡାଣ ଫଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ହେବ।

ଅନ୍ୟପଟେ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ନୂତନ ବିମାନ ଶୀଘ୍ର ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଏହି ବିମାନ ସେବା ପର୍ଯ୍ୟଟନ, ବାଣିଜ୍ୟ ଏବଂ ସୁଗମ ସଂଯୋଗକୁ ବୃଦ୍ଧି କରିବ ନୋଳି ସୋସିଆଲ ମିଡ଼ିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 

ଆହୁରି ପଢ଼ନ୍ତୁ :  ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ତାତି, ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା