ଅଫିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌, ଯେତେ ସମୟ ଅଫିସରେ ରହିବେ ମାସ୍କ ପିନ୍ଧିବାକୁ ବାଧ୍ୟ

ଭୁବନେଶ୍ଵର (କେନ୍ୟୁଜ) : କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଅଫିସ ଅଧିକାରୀ ଓ କର୍ମଚାରୀ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ । ଅଫିସର ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେତେ ସମୟ ଅଫିସରେ ରହିବେ ମାସ୍କ ପିନ୍ଧିବେ । ଖିଲାପ କଲେ ବିଶୃଙ୍ଖଳା ବୋଲି ଧରାଯିବ । ଦୁଇ ମିଟର ସାମାଜିକ ଦୂରତା ରକ୍ଷା କରିବେ ।

କୌଣସି କରିଡ଼ରରେ ଗହଳି କରିବେ ନାହିଁ । ବସିବା ସମୟରେ ସାମାଜିକ ଦୂରତା ରଖିବେ । ଅଫିସ ଭିତରେ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ । ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ଜଗୁଆଳିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟ କୌଣସି କର୍ମଚାରୀଙ୍କ ଫୋନ୍‌ ବ୍ୟବହାର କରିବେ ନାହିଁ । ସିଡିରେ ଯାଆସ କରିବେ । ଲିଫ୍‌ଟ କମ୍‌ ବ୍ୟବହାର କରିବାକୁ କୁହାଯାଇଛି । ଚାରି ଜଣରୁ ଅଧିକ ଲିଫ୍‌ଟରେ ଯିବେ ନାହିଁ । ବାରମ୍ବାର ହାତ ଧୋଇବେ । ଅଫିସ କର୍ମଚାରୀଙ୍କୁ ଛାଡ଼ିଦେଲେ ନିହାତି ଦରକାର ନଥିଲେ ବାହାରୁ କେହି ଆସିବେ ନାହିଁ । ଅଫିସରେ ନିୟୋଜିତ ଡ୍ରାଇଭର ବି ପିନ୍ଧିବେ ମାସ୍କ ।

 

Leave A Reply

Your email address will not be published.