ରାଜ୍ୟ

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ: ଚାଞ୍ଚଲ୍ୟକର ବୟାନ୍‌ ଦେଲେ ମା’ ଓ ମାଇଁ

ଗଜପତି(କେନ୍ଯୁଜ୍): ସ୍ୱାମୀ-ସ୍ତ୍ରୀ ସମ୍ପର୍କ ରହିବନି ବୋଲି ହୋଇଥିଲା ଏଗ୍ରିମେଣ୍ଟ।  ଏଭଳି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ । ଗୋଟିଏ ବର୍ଷ ପାଇଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିବନି ବୋଲି ସୌମ୍ୟ କହିଥିବା ତାଙ୍କ ମାଆ କହିଛନ୍ତି। ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଲାଗୁଥିଲା ବୋଲି ପୁଅ କହୁଥିଲା । ବୋହୂ ଶଙ୍ଖା, ଚୁଡି ଭାଙ୍ଗି କୁଆଡେ ପଳାଇଥିଲା । ମୁଣ୍ଡର ସିନ୍ଦୁର ପୋଛିଦେଇଥିଲା । ରାତିରେ ଖୋଜାଖୋଜି ପରେ DFOଙ୍କ ଘରୁ ମିଳିଥିଲେ ବିଦ୍ୟାଭାରତୀ।

ବୋହୂ ପରୀକ୍ଷା ଦେବାକୁ ବଲାଙ୍ଗୀର ଯାଇଥିଲା । ସେଠାରେ ପହଞ୍ଚି ପୁଅକୁ ଫୋନ କରି ୩୦ ହଜାର ଟଙ୍କା ମାଗିଥିଲା । ସେଥିରେ ବଲାଙ୍ଗୀରରେ ବ୍ୟାଚଲର ପାର୍ଟି ଦେବ ବୋଲି କହିଥିଲା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ଡିଏଫଓ, ରୋଷେୟା ଓ ବୋହୁ ଦାୟୀ ବୋଲି ସେ କହିଛନ୍ତି । ମୋ ପୁଅକୁ ମାରିଦେଲେ । ବୋହୂ ସମେତ ଅନ୍ୟମାନଙ୍କୁ ଦଣ୍ଡ ମିଳୁ । ଏପଟେ ACF ସୌମ୍ୟରଞ୍ଜନଙ୍କ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବେଗୁନିଆ ଗାଁରେ ଥିବା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ପାରଳାଖେମୁଣ୍ଡିରୁ ଆସିଥିବା ତଦନ୍ତକାରୀ ଟିମ୍‌। ମାଆ ତୁଳସୀ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛନ୍ତି।

ସେପଟେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ସୌମ୍ୟରଞ୍ଜନଙ୍କ ମାଇଁ । କହିଛନ୍ତି, ସୌମ୍ୟରଞ୍ଜନ ମାନସିକ ଅଶାନ୍ତିରେ ରହୁଥିଲେ । ଠାକୁରଙ୍କ ପାଖରେ ପୂଜା କରିବା ପାଇଁ କହୁଥିଲେ । ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଥିବା କହିଥିଲେ । ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ରହି ଆସିଥିଲା। ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ମାଇଁ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

4 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

6 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

8 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

8 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

8 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

8 hours ago