ପୁଣିଥରେ ଚର୍ଚ୍ଚାରେ ଜୟପୁରର ଯୁବ ଇଞ୍ଜିନିୟର, ଭାରତୀୟ ସେନାର ସୁରକ୍ଷା ପାଇଁ ତିଆରି କରିଛନ୍ତି ରୋବଟିକ୍ ହେଲମେଟ୍

ଜୟପୁର: ପୁଣିଥରେ ଚର୍ଚ୍ଚା ରେ ଜୟପୁରର ଯୁବ ଇଞ୍ଜିନିୟର । ପ୍ରସ୍ତୁତ କରିଛନ୍ତି ରୋବଟିକ ହେଲମେଟ । ପ୍ରଥମେ ସେନିଟାଇଜ ମେସିନ ଆଉ ଏବେ ଭିନ୍ନ ଧରଣର ହେଲମେଟ । ଯାହା ତିଆରି କରି ବେଶ୍ ପ୍ରଂଶସା ସାଉଁଟୁଛନ୍ତି ଯୁବ ଇଞ୍ଜିନିୟର ଶିଶିର ମଲିକ ।

ହେଲମେଟକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଚକିତ ହୋଇଯିବେ। ହେଲମେଟ ଉପରେ ବନ୍ଧୁକ ପଛରେ ସେନ୍ସର ଲାଇଟ ତା ସାଙ୍ଗକୁ ରାଉଣ୍ଡ ସର୍କଲରେ ବୁଲିବାକୁ ଲାଗିଛି ବନ୍ଧୁକଟି। ଆଉ ନିଜେ ପିନ୍ଧି ବଖାଣୁଛନ୍ତି ଏଇ ଭିନ୍ନ ଧରଣର ହେଲମେଟର ଉଦ୍ଦେଶ୍ୟକୁ । ଯୁବ ଇଞ୍ଜିନିଅର ଶିଶିର କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ସୁରକ୍ଷା ଏଇ ହେଲମେଟର ମୂଳ ଉଦ୍ଦେଶ୍ୟ । ଏହାକୁ ପିନ୍ଧି ନିଜକୁ ସୁରକ୍ଷିତ ରଖି ଆମ ସୈନିକମାନେ ଶତ୍ରୁଙ୍କୁ ଆକ୍ରମଣ କରି ପାରିବେ । ତେବେ ଏହି ପ୍ରଜେକ୍ଟ ତାଙ୍କ ପାଇଁ ଏକ ବଡ ଲକ୍ଷ ରଖିଥିବା ବେଳେ ଯାହାର ସୁଯୋଗ ମିଳିଲେ ଏହା ବହୁତ ଆଗକୁ ଯିବ ବୋଲି କହିଛନ୍ତି ଶିଶିର।

roboଶିଶିରଙ୍କ ଘର କୋରାପୁଟ ଜୟପୁରରେ । ୫ମ ଶ୍ରେଣୀରେ ପଢିବା ବେଳୁ ଏମିତି ଅନେକ ଜିନିଷ ତିଆରି କରିଛନ୍ତି ଶିଶିର ଆଉ ବିଜ୍ଞାନ ମେଳାରେ ଏସବୁକୁ ପ୍ରଦର୍ଶନ କରି ପୁରଷ୍କ୍ରୃତ ମଧ୍ଯ ହୋଇଛନ୍ତି  । ଏମିତିକି ପିଲାବେଳେ ଏକ ପ୍ରକଳ୍ପରେ ତାଙ୍କ ହାତ ମଧ୍ୟ ପୋଡ଼ିଯାଇଥିବା କଥା ତାଙ୍କ ବାପା କହିଛନ୍ତି । ତଥାପି ପୁଅର ଏମିତି ଉଦ୍ଭାବନ ନିଶା ନିକଟରେ ହାରମାନିଥିଲା ତାଙ୍କ ତାଗିଦ । ଏଇ ପ୍ରୋଜେକ୍ଟ ଏକ ଉଦାହରଣ ସାଙ୍ଗକୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରଛି l ପୁଅର ଏଭଳି ଉଦ୍ଭାବନକୁ ନେଇ ଗର୍ବ କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ତାଙ୍କ ବାପା।