ସୋର : ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ । ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରପାଷ୍ଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ବାଲେଶ୍ବର ସବିରା ଷ୍ଟେସନରେ ଅଟକିଛି ଗାଡ଼ି । ଇଂଜିନ ତ୍ରୁଟି ଯୋଗୁଁ ଅଟକି ରହିଛି ଟ୍ରେନ । କୌଣସି କାରଣରୁ ଟ୍ରେନ ର ବ୍ୟାଟେରୀ ଖସି ପଡିଥିବା ଜଣାଯାଇଛି ।