ଓଡିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ବିଜ୍ଞପ୍ତି

ଓଡିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କର ଓଡିଶା ହାଇକୋର୍ଟକୁ ବଦଳି। ବଦଳି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ବିଜ୍ଞପ୍ତି। ଏବେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଶ୍ରୀପଦ। ବଦଳି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ କରିଥିଲେ। ଜଷ୍ଟିସ ଶ୍ରୀପଦଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ ରେ ପହଞ୍ଚିବ। ଜଷ୍ଟିସ ଶ୍ରୀପଦ ଖୁବଶୀଘ୍ର ଓଡିଶା ହାଇକୋର୍ଟରେ ଯୋଗଦେବେ।
ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।