ତୋଷାଳି ବିଲ୍ଡିଂର ୩ୟ ମହଲାରେ ନୂଆ ଲ କମିଶନ ଅଫିସ ଉଦଘାଟିତ, ଉଦଘାଟନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ତୋଷାଳି ବିଲ୍ଡିଂ ର ୩ୟ ମହଲାରେ ଉଦ୍ଘାଟନ ହେଲା ନୂଆ ଲ କମିଶନ ଅଫିସ। ଗୃହ ପ୍ରବେଶ କଲେ ଲ କମିଶନ ଅଧିକାରୀ। ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ବରିଷ୍ଠ ଅଧିକାରୀ ସୌର ଚନ୍ଦ୍ର ମହାପତ୍ର , ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ନୂତନ ଅଫିସ ଗୃହ ଉଦ୍ଘାଟନ ହୋଇଛି। ପୂର୍ବ ସରକାର ଲ କମିଶନ କରିଥିଲେ, କିନ୍ତୁ ପୂର୍ଣାଙ୍ଗ କାର୍ଯ୍ୟକାରୀ ହୋଇପାରିନଥିଲା।

ନୂଆ ସରକାର ଏହାକୁ ପୂର୍ଣାଙ୍ଗ କରାଇଛନ୍ତି ଯାହା ପାଇଁ ମୋହନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ। ସେ କହିଛନ୍ତି ନୂଆ ସରକାର ଲ କମିଶନର ପୂର୍ଣାଙ୍ଗ କରିଛନ୍ତି। ସମସ୍ତେ ସଦସ୍ୟ କିଭଳି ଠିକ ଭାବେ କାମ କରିବେ ପୂର୍ଣ ସଦସ୍ୟ ସହ ଅଫିସ ମଧ୍ୟ ଦିଆଯାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଜଷ୍ଟିସ ରଥ। ରାଜ୍ୟବାସୀଙ୍କ କାମ ଲ କମିଶନ ସମ୍ପୂର୍ଣ୍ଣ କାମ କରିବ। ଓଡିଶାବାସୀଙ୍କ ପାଇଁ କିଛି ନୂଆ ଲ ଆସିବ। ଯାହା ଲ ରେ ପରିବର୍ତ୍ତନ ଦରକାର ତାହା ମଧ୍ୟ କରାଯିବ।