ସ୍କୁଲ ପରେ ଅଙ୍ଗନବାଡ଼ି ନେଉଛି ନୂଆ ରୂପ, ପିଲା ଓ ଅଭିଭାବକ ସମସ୍ତେ ଖୁସ୍‌

କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଥମ ଦିନରେ ପିଲାମାନଙ୍କୁ ଫୁଲ, ଚନ୍ଦନ ଦେଇ ଅଭିନବ ଢଙ୍ଗରେ ସ୍ୱାଗତ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ୭ଟା ୩୦ରେ ଖୋଲିଥିଲା। ପିଲାମାନେ ନିଜ ନିଜ ଅଭିଭାବକଙ୍କ ସହିତ କେନ୍ଦ୍ରରେ ପହଞ୍ଚି ଥିଲେ। ପ୍ରଥମ ଦିନରେ ପିଲାମାନେ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ଖେଳକୁଦରେ ମଜ୍ଜି ଯାଇଥିଲେ। ବିଶେଷ କରି ଜିଲ୍ଲାର କେତେକ ସ୍ଥାନରେ ଆଧୁନିକ ବାଲା ମଡେଲ ଢାଞ୍ଚାରେ ରୂପାନ୍ତରିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଦେଖି ପିଲାଙ୍କ ସହିତ ଅଭିଭାବକମାନେ ବେଶ୍ ଖୁସି ହୋଇଥିଲେ।

angan-2

‘ମୋ ଝିଅକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଆସିଥିଲି। ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖି ବହୁତ ଖୁସି ଲାଗିଲା। ଏବେ ପିଲାମାନେ ହସି ଖେଳି ପାଠ ପଢି ପାରିବେ’ବୋଲି କହିଛନ୍ତି ସୁନ୍ଦରଗଡ଼ କିରେଇ ଅଞ୍ଚଳର ଜଣେ ମା’ ରିଙ୍କି କଉଡ଼ି। ଏହିଭଳି ଅନେକ ଅଙ୍ଗନବାଡ଼ି କେନ୍ଦ୍ର କିରେଇ ଭଳି ଆଧୁନିକ ମଡେଲରେ ରୂପ ପାଇଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ (ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ୍) ଉନ୍ନତିକରଣ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ ରୂପାନ୍ତରଣ କରାଯାଉଛି। ଏହା ହେଉଛି ଜାତୀୟ ସ୍ତରର ଏକ ମଡେଲ। ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରି। ଏହା ସହ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

angan-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.