ନୂଆ ରୂପରେ ଗଠନ ହେବ କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍

ଭୁବନେଶ୍ବର (କେନ୍ୟୁଜ୍) : ନୂଆ ରୂପରେ ଗଠନ ହେବ କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ବଛା ବଛା ଅଫିସରଙ୍କୁ କରାଯିବ ନିଯୁକ୍ତି । ଦାୟିତ୍ୱ ସମ୍ଭାଳିବେ ଜଣେ ଆଇଆଇସି ର୍ୟାଙ୍କର ଅଫିସର । ଖୁବ୍ଶୀଘ୍ର କ୍ୟୁଏଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଗତ କିଛିଦିନ ତଳେ ବ୍ରାଉନ ସୁଗାର ବ୍ୟାବସାୟିକ ସହ ସମ୍ପର୍କ ଥିବା ଅଭିଯୋଗରେ କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କାକୁ ନିଲମ୍ବିତ କରିବା ସହ ତାଙ୍କ କ୍ୟୁଏଟି ଟିମ୍କୁ ଭାଙ୍ଗି ଦେଇଥିଲେ ପୋଲିସ କମିଶନର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।