ଡେଡଲାଇନ ପରେ ହୋଇ ପାରିବନି ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ : ସୁରେଶ ପୂଜାରୀ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ । ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜୁଲାଇରେ ହେବ ଜନଗଣନା । ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡିକୁ ମଂଜୁର କରିବାକୁ ଚେଷ୍ଟା କରାଯିବ। ହଜାରେ ଆବେଦନରୁ ୩ଶହ ରାଜସ୍ୱ ଗାଁ ହୋଇ ସାରିଲାଣି ।
ମୋଡାଲିଟି ଅନୁସାରେ ଯେଉଁ ପଡ଼ ଗାଁରେ 250 ଲୋକ ଥିବେ ଓ ତାହା ମୂଳ ଗାଁରୁ ୫ଶହ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ। ଅନେକ NAC ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି ନଗର ଉନ୍ନୟନ ବିଭାଗ ପାଖରେ। ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ତେଣୁ ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ଆହୁରି ପଢ଼ନ୍ତୁ : ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ; ୭ ଦିନ ଭିତରେ ଜବାବ ନ ଦେଲେ କଣ ହେବ ରାମକୃଷ୍ଣଙ୍କ ଭାଗ୍ୟ ?