ପୁଣି ଚର୍ଚ୍ଚାର ଶୀର୍ଷରେ ଗଜପତି ଏସପି ସାରା ଶର୍ମା, ସି ଟିମ୍‌ ପରେ ଏବେ ଆରମ୍ଭ କରିଛନ୍ତି ‘ଉଡାନ’ କାର୍ଯ୍ୟକ୍ରମ

ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା । ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ସି ଟିମ୍‌ ପରେ ଏବେ ଆରମ୍ଭ କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ ଉଡାନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ବର୍ଷରୁ ୨୨ବର୍ଷର ଯୁବକ ଯୁବତୀମାନଙ୍କୁ ପୋଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନାରେ ନିଯୁକ୍ତି ପାଇଁ ୨୦ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛନ୍ତି । ଏଥିରେ ଯେଉଁମାନେ ଶାରୀରିକ କିମ୍ବା ଅନ୍ୟ କୌଣସି କାରଣରୁ ଯୋଗ୍ୟ ହୋଇପାରୁନାହାନ୍ତି ସେମାନଙ୍କ ପାଇଁ ମାଗଣାରେ ଧନ୍ଦାମୂଳକ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି । ପ୍ରଥମ ପର୍ଯାୟରେ ୫୦୦ଜଣ ଓ ଦ୍ୱିତୀୟ ପର୍ଯାୟରେ ପଞ୍ଜିକୃତ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି ସାରା ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.