ନୂଆ ଦାୟିତ୍ୱ ନୂଆ ଚ୍ୟାଲେଞ୍ଜ : ସନ୍ତୋଷ ବାଲା ପଣ୍ଡା

ନୂଆ ଦାୟିତ୍ୱ ନୂଆ ଚ୍ୟାଲେଞ୍ଜ । ମୁଁ ପୁରା ପ୍ରସ୍ତୁତ ଏ ସବୁଥି ପାଇଁ । ସ୍ୱାମୀଙ୍କ ହାତରୁ ଯେହେତୁ ଦାୟିତ୍ୱ ଗ୍ରହଣ କରିଛି ମୁଁ ସେଥିପାଇଁ ବହୁତ ଖୁସି । ମୋତେ ମିଳିଥିବା ଗୁରୁ ଦାୟିତ୍ୱକୁ କିଭଳି ମୁଁ ଖୁବ୍ ଭଲରେ ସମ୍ପାଦନ କରିବି ସେଥିପାଇଁ ମୁଁ ଚେଷ୍ଟା କରିବି । ଏଭଳି କିଛି କହିଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ବାଲା ପଣ୍ଡା ।

ଭୁବନେଶ୍ୱର(କେନ୍ୟୁଜ) :  ନୂଆ ଦାୟିତ୍ୱ ନୂଆ ଚ୍ୟାଲେଞ୍ଜ । ମୁଁ ପୁରା ପ୍ରସ୍ତୁତ ଏ ସବୁଥି ପାଇଁ । ସ୍ୱାମୀଙ୍କ ହାତରୁ ଯେହେତୁ ଦାୟିତ୍ୱ ଗ୍ରହଣ କରିଛି ମୁଁ ସେଥିପାଇଁ ବହୁତ ଖୁସି । ମୋତେ ମିଳିଥିବା ଗୁରୁ ଦାୟିତ୍ୱକୁ କିଭଳି ମୁଁ ଖୁବ୍ ଭଲରେ ସମ୍ପାଦନ କରିବି ସେଥିପାଇଁ ମୁଁ ଚେଷ୍ଟା କରିବି । ଏଭଳି କିଛି କହିଛନ୍ତି ଆଇପିଏସ୍ ଅଫିସର ସନ୍ତୋଷ ବାଲା ପଣ୍ଡା ।

ନିଜ ସ୍ୱାମୀଙ୍କ ହାତରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସ୍ତ୍ରୀ ସନ୍ତୋଷ ବାଲା ପଣ୍ଡା । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ଦାୟିତ୍ୱ ନେଇଛନ୍ତି ସନ୍ତୋଷ ବାଲା ପଣ୍ଡା । ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ତାଙ୍କ ସ୍ୱାମୀ ତଥା ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ।

ସଞ୍ଜୀବ ପଣ୍ଡା ଟ୍ୱିନ ସିଟିର ପୋଲିସ କମିଶନର ଭାବରେ ଦାୟିତ୍ୱ ନେଇଛନ୍ତି । ଏହାପରେ ସନ୍ତୋଷ ବାଲାଙ୍କୁ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସଞ୍ଜୀବ ପଣ୍ଡା । ତେବେ ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ଥିଲା ଖୁବ୍ ସ୍ୱତନ୍ତ୍ର । ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା ।

ସଞ୍ଜୀବ ପଣ୍ଡାଙ୍କ ଓଡ଼ିଶା ପୋଲିସରେ ରହିଛି ବହୁ ଅଭିଜ୍ଞତା । ପୂର୍ବରୁ ସେ ପୁରୀ ଏସପି, ଆଇଜି ପର୍ସନାଲ, ଆଇଜି OSP , ଏଡିଜି କ୍ରାଇମବ୍ରାଞ୍ଚ , ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ବ ସଫଳତାର ସହ ନିର୍ବାହ କରି ସରକାରଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ସେହିପରି ଡ. ସନ୍ତୋଷ ବାଲା ହେଉଛନ୍ତି ୧୯୯୫ କ୍ୟାଡର ଆଇପିଏସ ଅଫିସର ।