ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ଖୁଲାସା, ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ

ଉଦଳା : ଚନ୍ଦ୍ରିକାଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସପେନ୍ସ । ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଚନ୍ଦ୍ରିକା ଡାଏରୀ ଲେଖୁଥିବା ତାଙ୍କ ମାମୁଁ ଝିଅ ରଶ୍ମିତା ପ୍ରକାଶ କରିଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳରୁ ଯେଉଁ ପକେଟ୍ ଡାଏରୀ ପାଇଥିଲା, ତାହା ସେଇ ନିର୍ଦ୍ଦିଷ୍ଟ ଡାଏରୀ ନୁହେଁ ବୋଲି ଦାବି କରିଛନ୍ତି ରଶ୍ମିତା । ପୋଲିସ ପାଇଥିବା ଡାଏରୀରେ DIE DIE DIE ବୋଲି ଲେଖାଯାଇଛି । ସେହି ଡାଏରୀରେ ଏକ ତାରିଖ, ସାୟରୀ ଓ ଚନ୍ଦ୍ରିକାଙ୍କ ଡାକ ନାମ ନୁପୁର ବୋଲି ଉଲ୍ଲେଖ ଥିଲା ।

ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା । କିନ୍ତୁ ପ୍ରକୃତ ଡାଏରୀ ପୋଲିସ ନିକଟରେ ପହଞ୍ଚିନି ବୋଲି କହିଛନ୍ତି ରଶ୍ମିତା । ଅପରପକ୍ଷେ ଚନ୍ଦ୍ରିକାଙ୍କ ଲାପଟପ, ଟାଵଲେଟ ଓ ଆଇପ୍ୟାଡ୍ ପୁରୁଷ ବନ୍ଧୁ ଭୀମସେନଙ୍କ ପାଖରେ ରହିଥିବା ସୂଚନା ମିଳିଛି । ସେହି ଲାପଟପରେ ଉଭୟଙ୍କ ଅନେକ ଫୋଟ, ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ରହିଛି । ଲାପଟପ ଖୋଜି ବାହାର କଲେ ଘଟଣାର ଅନେକ ଗୁମର ଖୋଲିବ ବୋଲି ରଶ୍ମିତା ପ୍ରକାଶ କରିଛନ୍ତି ।

 

ଆହୁରି ପଢ଼ନ୍ତୁ : ଭୟଙ୍କର ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ମାଆ ଓ ଝିଅ ମୃତ