ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟିତ :ଭର୍ଚୁଆଲରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ(କେନ୍ୟୁଜ୍): ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭର୍ଚୁଆଲରେ ଉଦ୍ଘାଟିତ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଅନ୍ୟ ବିଚାରପତି। ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି।
ଟେକ୍ନୋଲୋଜିର ବ୍ୟବହାର ଦ୍ଵାରା ନ୍ୟାୟ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଳୀଧର। ହିଞ୍ଜିଳିରେ ଦୌରା ଜଜ କୋର୍ଟ ପ୍ରତିଷ୍ଠା ହେବା ଦ୍ଵାରା ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶୀ ଉପକୃତ ହେବେ ବୋଲି କୁହାଯାଇଛି। ଓକିଲମାନେ ପୂର୍ଣ୍ଣ ପ୍ରାଣରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରିବେ। ହିଞ୍ଜିଳିରେ କୋର୍ଟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଥିଲେ।