କାର୍ତ୍ତିକ ମାସରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ

ପୁରୀ(କେନ୍ଯୁଜ୍) : କାର୍ତ୍ତିକ ମାସରେ ପ୍ରବଳ ଗହଳି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୂଆ ପଦକ୍ଷେପ ନିଆଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଭିତର କାଠ ଓ ନାଟ ମଣ୍ଡପରେ ଅଧିକ ସଂଖ୍ୟକ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବ। ଏହାସହ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବ। ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଶତାଧିକ କର୍ମଚାରୀଙ୍କୁ ନିୟମିତ କରାଯାଇଛି। ଚାକିରୀ ନିୟମିତ କରିବାକୁ କର୍ମଚାରୀମାନେ ବହୁ ଦିନ ହେବ ଦାବି କରି ଆସୁଥିଲେ।