ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ବ୍ୟବସ୍ଥା , ଏଣିକି ପରୀକ୍ଷା ଦିନ ହବରେ ପହଞ୍ଚିବ ପ୍ରଶ୍ନପତ୍ର

ଭୁବନେଶ୍ବର(କେନ୍ୟୁଜ୍) : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ବ୍ୟବସ୍ଥା । ଏଣିକି ପରୀକ୍ଷା ଦିନ ହବରେ ପହଞ୍ଚିବ ପ୍ରଶ୍ନପତ୍ର । ସକାଳ ସାଢେ ୮ଟା ସୁଦ୍ଧା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ଛାତ୍ରଛାତ୍ରୀଙ୍କ ଆଗରେ ପ୍ରଶ୍ନପତ୍ର ଖୋଲାଯିବ । ଏ ନେଇ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ରାଜ୍ୟରେ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ। ସେହିପରି ୩ ହଜାର ୯ଜଣ ମଧ୍ୟମା, ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେବେ। ଏଥିପାଇଁ ୩୦୪ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଗଠନ କରାଯାଇଛି ୬୯୩ଟି ଡେସପାଚ୍‌ ଟିମ୍‌।