ମଠ-ମନ୍ଦିରଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ପାଈଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ମଠ ମନ୍ଦିରଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଈଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଦେବାଳୟ ପ୍ରକଳ୍ପ ସମ୍ଭାବନା ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର । ପରିଚାଳନା ଦୃଷ୍ଟି କୋଣରୁ ଏବଂ ମନ୍ଦିର ଗୁଡିକରେ ଆସୁଥିବା ସମସ୍ୟାର ସମାଧାନ ପାଈଁ, ଯେଉଁ ସହାୟତାର କଥା ଆସୁଛି ସେନେଇ ଗଭୀରତାର ସହ ଚିନ୍ତା କରାଯାଉଛି ।

ଯେଉଁ ଦୃଷ୍ଟିକୋଣଗୁଡିକ ଅନେକ ଦିନ ହେବ ଅବହେଳିତ ହୋଇକି ଅଛି ତାକୁ ଦେଖି ହେବ । ଯଥାଯୋଗ୍ୟ ସମ୍ମାନ ଦିଆଯାଇ ପାରିବ ଧର୍ମୀୟ କ୍ଷେତ୍ରକୁ  ।  ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ସରକାର । ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା  । କିନ୍ତୁ ଏହି ଯୋଜନାରେ ଅନେକ କଥା ଅଛି ।  ନୂଆ ଯୋଜନାରେ ଗୁଡିଏ କଥା ଅଛି ।

ପ୍ରାଥମିକ ଭାବେ ଯେଉଁ ସ୍ଥାନରେ ମରାମତି, ରକ୍ଷଣ ବେକ୍ଷଣ, ପରିଚାଳନା ସମସ୍ୟା କଥା ଅଛି,  ଏସବୁ କଥାଗୁଡିକର ରୂପରେଖ ଖୁଵ ଶୀଘ୍ର ସ୍ପଷ୍ଟ ହେବ  । ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡିତ ଅଛି ସେଗୁଡିକର ସୁରକ୍ଷା ଆମ ପ୍ରାଥମିକତା  ।  ସେଥିପାଇଁ ଯାହା ଯାହା ଆବଶ୍ୟକ ସରାକର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ ।  ମଠ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ କିମ୍ଭା ପରିଚାଳନା ଦୃଷ୍ଟିରୁ ଅବସ୍ଥିତି ଦୃଷ୍ଟିରୁ ଯେଉଁ ସବୁ ଅସୁବିଧା ଥିଲା ତାକୁ ପ୍ରାଥମିକତା ଦେଇ ଚାଲିବୁ  ବୋଲି କହିଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

 

 

You might also like