୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ, ତଦନ୍ତକାରୀ ଅଧିକାରୀଙ୍କୁ ବାଇକ୍

ଭୁବନେଶ୍ୱର : ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ। ପୋଲିସର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ପ୍ରଥମ ଥର ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ଇନ୍ଭେଷ୍ଟିଗେଟିଂ କିଟ୍ । ଏଥିରେ ରହିବ ଲାପଟପ୍, ସ୍ମାର୍ଟ ଫୋନ୍, ପେନ୍ ଡ୍ରାଇଭ୍ । ପ୍ରଥମ ପର୍ଯ୍ୟୟରେ 2500 ବାଇକ୍ ପ୍ରଦାନ କରାଯିବ ।
ତଦନ୍ତକରି ଅଧିକାରୀଙ୍କୁ ଇନ୍ଧନ, ମେଣ୍ଟେନଂଶ ପାଇଁ ମଧ୍ୟ ଖର୍ଚ୍ଚ ଦିଆଯିବ । ଏଣିକି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ପାଇଁ ଆସିବ ସ୍ଵତନ୍ତ୍ର ବଜେଟ । ଏନେଇ ରାଜ୍ୟ ସରକାରଙ୍କୁ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗତ ବର୍ଷ ଦୁଇ ଲକ୍ଷ 11ହଜାର ମାମଲା ହୋଇଥିଲା । ତଦନ୍ତକାରୀ ଅଧିକାରୀ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛନ୍ତି । ସେଥିପାଇଁ ତଦନ୍ତ ପାଇଁ ସ୍ବତନ୍ତ୍ର ବଜେଟ ପାଇଁ ଦିଆଯାଇଛି ପ୍ରସ୍ତାବ । ରାଜ୍ୟ ସରକାର 31ମାର୍ଚ୍ଚ ସୁଦ୍ଧା ଏହା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।
ସେହିପରି ଉପକୂଳ ସୁରକ୍ଷା ପାଇଁ ରାଜ୍ୟରେ ଥିବା 11 ଟି ଜନବସତି ନଥିବା ଦ୍ଵୀପ ରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏଥିପାଇଁ ପୋଲିସ ପକ୍ଷ ରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି 18 ଟି ମେରାଇନ ଥାନା ପାଇଁ ସ୍ବତନ୍ତ୍ର ବୋଟ ଆସିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ପି ଯୋଗେଶ ବାହାଦୂର ଖୁରାନିଆ।