ଶିଶୁ ଉଦ୍ଧାର ଘଟଣାର ନୂଆମୋଡ଼

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଚାଇଲ୍‌ଡ ଲାଇନ୍‌ ଦ୍ୱାରା ଶିଶୁ ଉଦ୍ଧାର ଘଟଣା ନୂଆ ମୋଡ଼ ନେଇଛି । ଥାନାରେ ଏତଲା ଦେଇଛନ୍ତି ଶିଶୁର ମାଆ । ତାଙ୍କଠାରୁ ତାଙ୍କ ଛୁଆକୁ ଛଡାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ସଂପୃକ୍ତ ମହିଳା ଏବେ ସ୍ୱଧାର ଗୃହରେ ଥିବାବେଳେ ଶିଶୁଟି ଏସ୍‌ଏନସିୟୁରେ ଅଛି । କେନ୍ଦୁଝର ଜିଲ୍ଲାର ଗୋନାସିକା ଗୁପ୍ତଗଙ୍ଗା ଗାଁର ଏହି ବିଧବା ମହିଳା ଜଣଙ୍କ ପିଲା ଜନ୍ମ କରିବା ପରେ ତାଙ୍କ ନବଜାତ ଶିଶୁକୁ ୧ ହଜାର ଟଙ୍କାରେ ବକି ଦେଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ଶିଶୁଟିକୁ ଏସଏନ୍‌ସିୟୁରେ ଭର୍ତ୍ତି କରାଯାଇଥିବାବେଳେ ସଂପୃକ୍ତ ମହିଳାଙ୍କୁ ସ୍ୱଧାର ଗୃହରେ ରଖାଯାଇଥିଲା । ଏବେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିବାବେଳେ ଶିଶୁକୁ ମା କ୍ଷୀରର ଆବଶ୍ୟକତା ଥିବା ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ।