ଶ୍ରୀମନ୍ଦିରରେ ଦର୍ଶନ ଆସନ୍ତାକାଲିଠୁ ନୂଆ ଏସଓପି: ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ  ଶ୍ରୀମନ୍ଦିର ଖୋଲା  

ପୁରୀ(କେନ୍ୟୁଜ୍):ନୂଆ ଏସଓପି ଅନୁସାରେ ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ଦର୍ଶନ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଛି । ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ ।

ଆସନ୍ତା ୩୧ ତାରିଖ ଓ ନୂଆବର୍ଷ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ବନକ ଲାଗି ଓ ପଇତା ଲାଗି ସମୟରେ ଜୟ ବିଜୟ ଓ ବେହରଣ ଦ୍ୱାର ବନ୍ଦ ରହିବ । ଏହି ସମୟରେ ବେଢ଼ା ମନ୍ଦିର ଦର୍ଶନ ସହ ଭକ୍ତ ଆନନ୍ଦ ବଜାର ଯାଇ ମହାପ୍ରସାଦ ସେବନ କରିପାରିବେ । ପୂର୍ବ ଭଳି ସବୁ ରବିବାର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.