ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ SOP, କୋହଳ କରାଯାଇପାରେ ଦର୍ଶନ ବ୍ୟବସ୍ଥା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ SOP। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯିବ। ନୂଆ ବ୍ୟବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ। ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିଲା।
ଏବେ ସେପ୍ଟେମ୍ବର ଗାଇଡ୍ଲାଇନ୍ରେ ସପ୍ତାହାନ୍ତ ସଟ୍ଡାଉନ୍ ହଟିବା ପରେ ଶନିବାର ଓ ରବିବାର ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ। ଶ୍ରୀମନ୍ଦିର ଭକ୍ତ ନିବାସରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକରେ ଜିଲ୍ଲାପାଳ, ଏସ୍ପି ଓ ଶ୍ରୀମନ୍ଦିର ପରିଚାଳନା କମିଟିରେ ସାବୟତ ପ୍ରତିନିଧି ଯୋଗ ଦେବେ