ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ମୁଖପାତ୍ର ଟିମ୍‌

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ମୁଖପାତ୍ର ଟିମ୍‌ । ପୁରୁଣା ମୁଖପାତ୍ର ତାଲିକାରେ ସାମିଲ ହୋଇଛନ୍ତି ଆଉ ୪ ଜଣ । ନୂଆ ତାଲିକାରେ ୧୪ ଜଣଙ୍କ ନାଁ ରହିଛି । ଏହି ତାଲିକାରେ ଅଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରତାପ କେଶରୀ ଦେବ, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅରୁଣ ସାହୁ, ବରିଷ୍ଠ ନେତା ରବି ନାରାୟଣ ନନ୍ଦ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ସମୀର ରଞ୍ଜନ ଦାଶ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଲୋଚନା ଦାସ ଓ ଦେବାଶିଷ ମାରାଣ୍ଡି । ମୁଖପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ମୁଖପାତ୍ରମାନେ ଦଳର ଆଭିମୁଖ୍ୟ ରଖିବେ ।

You might also like