ନବମ ଓ ଦଶମରେ ନୂଆ ବିଷୟ, ସିଲାବସରେ ରଖାଯାଇଛି ୪ଟି ଆସ୍ପିରେସନାଲ୍‌ କମ୍ପୋନେଣ୍ଟ

କେନ୍ୟୁଜ୍(ବ୍ୟୁରୋ): ନବମ, ଦଶମରେ ଏଣିକି ନୂଆ ବିଷୟ ପଢିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦରେ ଲାଗୁ ହେବ ନୂଆ କରିକୁଲମ । ସିଲାବସରେ ୪ଟି ଆସ୍ପିରେସନାଲ୍‌ କମ୍ପୋନେଣ୍ଟ ରଖାଯାଇଛି ଆସ୍ପିରେସ୍‌ନାଲ କମ୍ପୋନେଣ୍ଟରେ ରହିବ ୪ଟି ବିଷୟ।

ବୁକ୍‌ ରିଭ୍ୟୁ, ପ୍ରୋଜେକ୍‌ଟ ୱାର୍କ, କୋ କରିକୁଲାର୍‌ ଆକ୍ଟିଭିଟିଜ୍‌ ଏବଂ ବେସିକ ଆଇଟି ସ୍କିଲ । ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ କରାଯିବ । ଏବର୍ଷ ନବମରେ ଓ ଆସନ୍ତାବର୍ଷ ଦଶମରେ ଲାଗୁ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.