୨୦୨୪ ଲଢ଼େଇ ପାଇଁ ଫ୍ରଣ୍ଟ ଲାଇନ ଫାଇଟର, ଯୁବ ବିଜେଡି ପରେ ଛାତ୍ର ବିଜେଡିର ନୂଆ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ଫ୍ରଣ୍ଟ ଲାଇନ ଫାଇଟର । ଯୁବ ବିଜେଡି ପରେ ଛାତ୍ର ବିଜେଡିର ନୂଆ ଟିମ୍‌। ଯୁବ, ଛାତ୍ର ଓ ମହିଳା ଟିମ୍‌ ଦ୍ୱାରା ଦଳକୁ ତୃଣମୂଳସ୍ତରରେ ସଶକ୍ତ କରିବା ପାଇଁ ବିଜେଡିର ଉଦ୍ୟମ। ଆଜି ବିଜୁ ଛାତ୍ର ଜନତା ଦଳ ପୁନର୍ଗଠନ ହୋଇଛି। ଜଣେ ମହାସଚିବଙ୍କ ସମେତ ୮ ବରିଷ୍ଠ ଉପ ସଭାପତି, ୭ ଜଣ ଜୋନ୍‌ ସଭାପତି, ୧୦ ଉପ ସଭାପତି, ୫୧ ସାଧାରଣ ସମ୍ପାଦକ ଓ ୬୧ ଜଣ ସମ୍ପାଦକ ନିଯୁକ୍ତି ହୋଇଛନ୍ତି । ସେହିପରି ପ୍ରତି ସାଙ୍ଗଠନିକ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ଜଣେ ଲେଖାଏଁ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି।

cm naveen 2
ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଛାତ୍ର ଓ ଯୁବ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । ଏବେ ତୃଣମୂଳସ୍ତରରେ ସଙ୍ଗଠନକୁ ଅଧିକ ମଜଭୁତ କରିବା ପାଇଁ ଛାମୁଆ ସଂଗଠନର ବିଭିନ୍ନ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ୬ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଖୁବଶୀଘ୍ର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ଆସିବ । ଏହା ମାଧ୍ୟମରେ ୨୪ ରଣନୀତି ନେଇ ଅନେକ ସ୍ପଷ୍ଟ ସନ୍ଦେଶ ମିଳିପାରେ ବୋଲି କୁହାଯାଉଛି। ବିଜେଡିରେ ଚାଲିଥିବା ସାଙ୍ଗଠନିକ ଅଦଳବଦଳ ଭିତରେ ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ଅନୁଭବ ପଟ୍ଟନାୟକଙ୍କ ଭଳି ଯୁବ ନେତୃତ୍ୱଙ୍କୁ କେଉଁ ଦାୟିତ୍ୱ ଦେଉଛି ଦଳ ତାହାକୁ ଅପେକ୍ଷା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.