ପିପିଲି ଉପନିର୍ବାଚନ: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଜାରି ହେଲା ଟୋଲଫ୍ରି ନମ୍ବର “୧୯୫୦”

ପିପିଲି(କେ ନ୍ୟୁଜ): ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିର୍ବାଚନ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ । ନିଷ୍ପତ୍ତି ଅନୁସାରେ ଆଗାମୀ ନିର୍ବାଚନ ପ୍ରଚାରରେ କୌଣସି ବାଇକ୍‌ କିମ୍ବା ସାଇକେଲ ଶୋଭାଯାତ୍ରା ହୋଇପାରିବ ନାହିଁ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଟୋଲଫ୍ରି ନମ୍ବର ୧୯୫୦କୁ ଫୋନ କରି ଅଭିଯୋଗ କରିପାରିବେ ।

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଛନ୍ତି । ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ । ୩୪୮ଟି ବୁଥ ଥିବା ବେଳେ ୧୫ଟି ମଡେଲ ବୁଥ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳିରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.