ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା : ଜିଆରପିକୁ ମିଳିଲା ବଡ଼ ସୁରାକ, ରାଉରକେଲାରେ ତନାଘନା
ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ରେଳବାଇ ପୋଲିସ୍କୁ ମିଳିଛି ବଡ଼ ସୁରାକ୍ ରାଉରକେଲା ଷ୍ଟେସନ୍ରେ ଲାଗିଥିବା ସିସିଟିଭିରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।
ଭୁବନେଶ୍ୱର (କେନ୍ୟୁଜ୍) : ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ରେଳବାଇ ପୋଲିସ୍କୁ ମିଳିଛି ବଡ଼ ସୁରାକ୍ । ରାଉରକେଲା ଷ୍ଟେସନ୍ରେ ଲାଗିଥିବା ସିସିଟିଭିରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଘଟଣା ଦିନ ମହିଳା ଜଣକ ରାଉରକେଲା ଷ୍ଟେସନ୍ରୁ ଟ୍ରେନ୍ ଧରିଥିବା ଜଣାପଡ଼ିଛି । ସେ ଟ୍ରେନ୍କୁ ଚଢ଼ିବା ବେଳର ଭିଜୁଆଲ ସିସିଟିଭିରୁ ଦେଖିବାକୁ ପାଇଛି ଜିଆରପି । ତେଣୁ ମହିଳା ଜଣକ କିଏ ଓ କଣ ତାଙ୍କର ପରିଚୟ ଏବଂ ତାଙ୍କୁ କିଏ ମାରିଲା ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେକଥା ଜାଣିବା ପାଇଁ ୩ଟି ସ୍ପେସାଲ ଟିମ୍ ଗଠନ କରିଛି ପୋଲିସ୍ ।
ମହିଳା ଜଣକ ରାଉରକେଲା ଷ୍ଟେସନ୍ରୁ ଟ୍ରେନରେ ଚଢିଥିବା ସ୍ପଷ୍ଟ ହେବା ପରେ ଜିଆରପି ଟିମ ରାଉଲକେଲାର ବିଭିନ୍ନ ଥାନାରେ ତଦାରଖ କରୁଛି । ସେଠାକାର ଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ମହିଳାଙ୍କ ପୋଷ୍ଟର ମାରିଛି । ଗତ ଏପ୍ରିଲ ୧୯ ତାରିଖ ରାତି ୧୧ଟା ବେଳେ ମହିଳା ଜଣଙ୍କ ଜଣେ ଯୁବକଙ୍କ ସହ ଥିଲେ ବୋଲି ଜଣାପଡ଼ିଛି । ପରେ ଭୁବନେଶ୍ୱରରୁ ଷ୍ଟେସନ୍ରେ ଧାନବାଦ ଏକ୍ସପ୍ରେସରୁ ତାଙ୍କର ମୃତଦେହ ମିଳିଥିଲା ।