ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ

ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କଲେ ନବ ଦାସଙ୍କ ପତ୍ନୀ ମିନତି ଦାସ । ଇ-ମେଲ ଓ ଡାକ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଥିବା ସୂଚନା ମିଳିଛି । ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପତ୍ନୀ।
ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି କରିବାକୁ କହିଥିଲେ ଆଇନମନ୍ତ୍ରୀ। ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ।
କିଛି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା । ହେଲେ ସେମାନେ ହାଜର ନ ହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି ।
Also read: ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ତନାଘନା, କ୍ରାଇମ୍ ବ୍ରାଞ୍ଚ୍ ରେ ହାଜର ହୋଇପାରନ୍ତି ଦୀପାଳି ଓ ବିଶାଲ