ରାଜ୍ୟ

କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣା:ସାମ୍ନାକୁ ଆସିଲା ନୂଆ ଖିଅ

କଟକ(କେନ୍ୟୁଜ୍):  ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍‌ଟି ସୁଇସାଇଡ୍‌ ନୋଟ୍‌ ବୋଲି ସ୍ପଷ୍ଟ କଲା ପୋଲିସ୍‌ । ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ‘ମତେ କୃଷ୍ଣଙ୍କ ପାଖକୁ ଯିବାକୁ ଦିଅ’ । ତେବେ କିଏ ଏହି କୃଷ୍ଣ ? କୃଷ୍ଣଙ୍କ ସହ ମହିଳାଙ୍କ ସମ୍ପର୍କ କଣ ? ତାହା ଏଯାଏ ସସ୍‌ପେନ୍ସ । ସେପଟେ ମହିଳାଙ୍କ କପାଳରେ ସିନ୍ଦୁର ଟୋପା ଥିବା କହିଛି ପୋଲିସ୍‌ ।

ବୟସ ୨୨ ରୁ ୨୫ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଆଜି ସକାଳେ ତଳେ ମୁହଁମାଡି ପଡିଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପାଣି ଟାଙ୍କି ଉପରୁ ମିଳିଥିଲା ମହିଳାଙ୍କ ଚପଲ ଓ ଭ୍ୟାନିଟି ବ୍ୟାଗ୍‌। ଏବେ ଏକ ଲେଡିଜ୍‌ ସାଇକେଲ୍‌ ମିଳିଛି । ତେବେ ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ, ମହିଳାଙ୍କ ପଚିୟ ଖୋଜିବା। ମୃତଦେହକୁ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଯାଇଛି। ଘଟଣାସ୍ଥଳରେ କଟକ ଡିସିପି, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କାଡ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଖୋଲିବ ମୃତ୍ୟୁର ପ୍ରକୃତ କାରଣ। ଯଦି ଏହା ଆତ୍ମହତ୍ୟା ତେବେ କାରଣ କଣ ? ମୃତଦେହ ନିକଟରେ ମଦ ବୋତଲ ପଡିଥିବାରୁ ସନ୍ଦେହ ଆହୁରି ବଢିଛି।.

KNews Bureau

Recent Posts

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

5 seconds ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

35 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

47 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

59 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago