ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି

କଟକ : ସାଇବର ଅପରାଧୀଙ୍କର ଏକ ନୂଆ ଧରଣର ଗତି ବିଧି ସାମ୍ନାକୁ ଆସିଛି। ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପ୍ରଚୁର ଅର୍ଥ ରାଶି ମିଳିବ କହି ଠକୁଛନ୍ତି ସାଇବର ଠକ । ଏଥିପାଇଁ ଫେସ୍ବୁକ୍ କୁ ଏକ ଭଲ ମାଧ୍ୟମ ଭାବରେ ବାଛିଛନ୍ତି ସାଇବର ଠକ। ବିହାର ନୱାଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି ।
ଫେସ୍ବୁକ୍ରେ ମାଳମାଳ ଠକ ଦମ୍ପତିଙ୍କ ଭିଡିଓ ଛାଡୁଛନ୍ତି ସାଇବର ଅପରାଧୀ ଗ୍ୟାଙ୍ଗ । ମହିଳାଙ୍କୁ ଗର୍ଭବତୀ କରାଇବାକୁ ଏହି ବିଜ୍ଞାପନରେ ଉଲ୍ଲେଖ କରାଯାଉଛି । ଯଦି କେହି ପୁରୁଷ ଜଣେ ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇ ଦିଅନ୍ତି, ତେବେ ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ଯାଏଁ ଅର୍ଥ ମିଳିବାର ପ୍ରତିଶ୍ରୁତି ଦିଆଯାଉଛି । ଏପରିକି ଜାଗା ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି ।
Also read: ଡିପ୍ଲୋମା ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା, ଏବେ ସାଇବର ପୋଲିସ ହାତରେ ଧରା ପଡ଼ିଲା