ବ୍ରହ୍ମୋସ ମିସାଇଲ ନୂଆ ଭର୍ସନର ସଫଳ ଉତକ୍ଷେପଣ

ବାଲେଶ୍ବର(କେନ୍ଯୁଜ୍): ବ୍ରହ୍ମୋସ ମିସାଇଲ ନୂଆ ଭର୍ସନର ସଫଳ ଉତକ୍ଷେପଣ । ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ନ୍ୟୁ ଭର୍ସନର ସଫଳ ଉତକ୍ଷେପଣ । ଦିନ ୧୦ଟା ୩୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚ ପ୍ୟାଡରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ ଉତକ୍ଷେପଣ ହୋଇଛି ।
ଏହି ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୧ ହଜାର କିଲୋମିଟର । ୨ଶହରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ମିସାଇଲ ।