ନୂଆବର୍ଷ ପାଇଁ ପୁରୀରେ ଲାଗିଲାଣି ଗହଳି ଚହଳି, ଡିସେମ୍ବର ୩୧ରୁ ଜାନୁଆରୀ ୧ ଯାଏଁ କଟକଣା ଲାଗୁ
ପୁରୀ : ଆସୁଛି ନୂଆବର୍ଷ । ଜନସମୁଦ୍ର ହେବ ପୁରୀ । ଏବେଠୁ ଲାଗିଲାଣି ଗହଳି ଚହଳି । ଶ୍ରୀମନ୍ଦିର ଠାରୁ ମହୋଦଧି, ବଡ଼ଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି ।
ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ । ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି । ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ ।
Traffic Advisory for New Year 2025#NewYear pic.twitter.com/pio26fpiPF
— Puri Police (@SPPuri1) December 28, 2024