ଉମରକୋଟରେ ଅଭାବନୀୟ ଘଟଣା: ପରିତ୍ୟକ୍ତ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଉମରକୋଟ: ପରିତ୍ୟକ୍ତ ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉମରକୋଟ ପୌରାଞ୍ଚଳରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଶିକ୍ଷକ କଲୋନୀ ନିକଟରେ ଦେଖିବାକୁ ମିଳିଛି। ନବଜାତ ଶିଶୁପୁତ୍ରକୁ କେହି ନିକଟସ୍ଥ ଏକ ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ।

କିଛି ସମୟ ପରେ ଜଣେ ମହିଳା ସେହି ସ୍ଥାନରେ ପାଣି ପକାଇବାକୁ ଯାଇଥିଲେ। ସେହି ସମୟରେ ଶିଶୁପୁତ୍ରର କାନ୍ଦ ଶୁଣିବାକୁ ପାଇଥିଲେ। କିଛି ଲୋକଙ୍କୁ ଡାକି ଶିଶୁ ପୁତ୍ରକୁ ଅଳିଆ ଗଦାରୁ ବାହାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥାରେ  ସୁଧାର ଆସିଛି। ସଂପୂର୍ଣ୍ଣ ଠିକ୍‌ ହେବା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ।