ଘଟଗାଁ ମଣତା ଗାଁ କୁମୁଟିଆ ନାଳ ନିକଟରୁ ନବଜାତ କନ୍ୟା ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ଦୁଝର: କେନ୍ଦୁଝରର ଘଟଗାଁ ଥାନା ମଣତା ଗାଁ କୁମୁଟିଆ ନାଳ ନିକଟରୁ ନବଜାତ କନ୍ୟା ଉଦ୍ଧାର । ଆଜି ସକାଳେ ଗାଁ ଲୋକେ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ କାନ୍ଦ ଶୁଣି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ପରେ ତାକୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାକୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।