ବଦଳିଗଲା ଶିଶୁ ! ତୁମର ପୁଅ ହୋଇଛି କିନ୍ତୁ କିଛି ସମୟ ପରେ ଆସି ଝିଅ ହେଇଛି କହି ହାତରେ ଧରାଇଦେଲେ ଶିଶୁକନ୍ୟାକୁ

ସୁବର୍ଣ୍ଣପୁର (କେନ୍ୟୁଜ) : ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା । ଗତ କିଛିଦିନ ପୁର୍ବରୁ ହସ୍ପିଟାଲ ନବଜାତ ଶିଶୁକନ୍ୟା ଚୋରୀ ଅଭିଯୋଗ ଆସିଥିବାବେଳେ ଏବେ ପୁଣି ନବଜାତ ଶିଶୁ ଚୋରୀ ହୋଇଥିବାନେଇ ଅଭିଯୋଗ ଆସିଛି ।
ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ବନିତା ଝାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ବିସିକେସନ ସ୍ତ୍ରୀ ବନିତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଗତ ୬ ଦିନ ତଳେ ବନିତା ଏକ ଶିଶୁକୁ ଜନ୍ମ ଦେଇଥିଲେ ।
ବନିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ହସପିଟାଲ କର୍ମଚାରୀ କହିଥିଲେ । କିନ୍ତୁ ପରେ ବନିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା କହି ତାଙ୍କୁ ଏକ ନବଜାତ ଶିଶୁକନ୍ୟା ଦିଆଯାଇଛି । ଏନେଇ ଏବେ ବନିତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.