ମୟୁରଭଞ୍ଜ(କେନ୍ୟୁଜ୍): ପୁଣି ଅଲୋଡା ଶିଶୁକନ୍ୟା। ଜଙ୍ଗଲ ଭିତରୁ ମିଳିଲା ନବଜାତ। ମୟୁରଭଞ୍ଜ ରରୁଆଁ ଥାନା ସିଙ୍ଗଡ଼ା ଜଙ୍ଗଲରୁ ନବଜାତ ଉଦ୍ଧାର କରାଯାଇଛି। ଜଙ୍ଗଲ ଭିତରେ ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ସିଙ୍ଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶିଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।