ରାସ୍ତା ଖରାପ ଥିବାରୁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ପ୍ରସୂତୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ

ଯାଜପୁର: ପୁଣି ଜନନୀ ଯନ୍ତ୍ରଣା। ପ୍ରସୂତୀଙ୍କୁ ଡାକ୍ତରଖାନା ନେବା ବାଟରେ ଗଲା ନବଜାତକର ଜୀବନ।  ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ଜୋରକୂଳ ଗାଁ ଦଳିତ ସାହିରେ। ଜୋରକୂଳ ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ସ୍ତ୍ରୀ ରୀନା ମଲିକଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସଟି ଫଶିଗଲା। ଯାହାଫଳରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା ।

ଯାହା ଫଳରେ ଅଧାବାଟରେ ପ୍ରସବ ହୋଇଯାଇଥିଲା। ହେଲେ କିଛି ସମୟ ପରେ ନବଜାତକର ମୃତ୍ୟୁ ହୋଇଯାଇଥିଲା। ତେବେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଗାଁକୁ ସ୍ଥାୟୀ ରାସ୍ତା ତିଆରି କରିବା ପାଇଁ ଦାବି ଜୋର ଧରିଛି।

Leave A Reply

Your email address will not be published.