ରାୟଗଡା ଘରୋଇ ନର୍ସିଂ ହୋମରୁ ନବଜାତ ଶିଶୁ ନିଖୋଜ ଘଟଣାକୁ ମାସେ ପୁରିବାକୁ ବସିଲାଣି, ହାତବାନ୍ଧି ବସିଛି ପୋଲିସ୍

ରାୟଗଡା (କେନ୍ୟୁଜ): ରାୟଗଡା ସହରର ଘରୋଇ ନର୍ସିଂ ହୋମରୁ ନବଜାତ ଶିଶୁ ନିଖୋଜ ଘଟଣାର ମାସେ ହେବାକୁ ବସିଲାଣି ତାପରେବି ଶିଶୁର ଖୋଜ ଖବର ପାଉନି ପୋଲିସ୍ । ଘଟଣା ନେଇ ଶିଶୁ ବିକାଶ ପକ୍ଷରୁ ଥାନାରେ ଅଭିଯୋଗର ୨୫ଦିନ ପରେ ମଧ୍ୟ ପୋଲିସ୍ ପାଖରେ ଶିଶୁ ଜୀବିତ ନା ମୃତ୍ୟୁ ଏହାର ଖବର ନାହିଁ । ପୋଲିସ ଓ ପ୍ରଶାସନର ଦ୍ଵାରା ନ୍ଯାୟ ନପାଇ କୋର୍ଟର ଦ୍ୱାରାସ୍ତ ହେବାପାଇଁ ନିଷ୍ପତ୍ତି ନେଇଛି ଆଦିବାସୀ କୂଳ ସମାଜ । ଘଟଣାର ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଦିବାସୀ କଲ୍ଯାଣ ଓ ଆଇନ ବିଭାଗ ମନ୍ତ୍ରୀ ।

ଅନ୍ଯପଟେ ୩ଜଣିଆ ଟିମ ଗଠନ କରି ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଶେଷରେ ଏଏନଏମ୍‌ ପ୍ରଭାତୀ ଜେନାଙ୍କୁ ନିଲମ୍ବନ କରି ଚୁପ ବସିଛନ୍ତି । ଆଉ ନବ ଜୀବନ ଘରୋଇ ନର୍ସିଂହୋମ ପାଖରେ ମୁଣ୍ଡ ନୁଆଇଁ ଦେଇଛି ତଦନ୍ତକାରୀ ଟିମ୍। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ଉପରୁ ଘରୋଇ ନର୍ସିଂହୋମ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ।

ତେଣେ ଗରିବ ଆଦିବାସୀ ରାଇସିଂ ମେଲାକା ନିଜ ଶିଶୁ ପୁତ୍ରକୁ ଫେରି ପାଇବା ପାଇଁ ବ୍ଯାକୁଳ। ଯଦି ଶିଶୁ ପୁତ୍ରର ମୃତ୍ୟୁ ହେଲା ତେବେ ତାଙ୍କୁ ଜଣେଇଲେନି କଣ ପାଇଁ । ଜଣେଇ ଥିଲେ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଶିଶୁ ପୁତ୍ରର ଶୁଦ୍ଧିକ୍ରିୟା କରିଥାନ୍ତି ତାହାର ସୁଯୋଗ ମିଳିଲାନି ମତେ । ମୋ ପୁଅର ମୃତ୍ୟୁ ହୋଇନି ନବ ଜୀବନ ନର୍ସିଂହୋମ ଡ଼ାକ୍ତର ଓ ଏ.ଏନ.ଏମ୍‌ ମିଶି ୫ ଲକ୍ଷ ଟଙ୍କାରେ ମୋ ପୁଅକୁ ବିକ୍ରି କରୁଛନ୍ତି ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.