ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣା: ୨ଦିନ ପରେ ଉଦ୍ଧାର କଲା ପୋଲିସ, ମହିଳା ଗିରଫ

ସମ୍ବଲପୁର : ବୁର୍ଲା ଭୀମସାରରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର । ୨ଦିନ ପରେ ରେଙ୍ଗାଲି ଗଣେଶ ନଗରରୁ ଉଦ୍ଧାର କଲା ପୋଲିସ । ଶିଶୁକୁ ଚୋରି କରିଥିବା ମହିଳା ଗିରଫ । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସମୟରେ ପୋଲିସ ମାଡି ବସିଲା । ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ଶିଶୁପୁତ୍ର ଚୋରି ହୋଇଥିଲା ।

ସୂଚନା ଅନୁସାରେ ଛତିଶଗଡ଼ ସରେଇପାଲି ଅଞ୍ଚଳରୁ ଜଣେ ମହିଳା ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ।  ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ମହିଳାଙ୍କ ସହ ଶିଶୁ ପୁତ୍ରର ମାଉସୀ ମଧ୍ୟ ଆସିଥିଲେ ।  ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇ ଥିଲେ ।  ପରେ ଛୁଆଟି କାନ୍ଦିବା ବେଳେ ସମ୍ବଲପୁର ଅଞ୍ଚଳର ସଂପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ କୋଳକୁ ନେବା ପରେ ଧୀରେ ଧୀରେ ବାହାରକୁ ଚାଲି ଆସିଥିଲା ।  ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ପରିବାର ଲୋକ ତୁରନ୍ତ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା ।

You might also like