ଆଜି ଦାୟିତ୍ୱ ନେବେ ନବନିଯୁକ୍ତ ପୋଲିସ ଡିଜିି ସୁନୀଲ କୁମାର ବଂଶଲ, ବିଧିବଦ୍ଧ ଭାବେ ଗ୍ରହଣ କରିବେ କାର୍ଯ୍ୟଭାର

ଭୁବନେଶ୍ବର(କେନ୍ଯୁଜ୍): ଆଜି ଦାୟିତ୍ୱ ନେବେ ନବନିଯୁକ୍ତ ପୋଲିସ ଡିଜିି ସୁନୀଲ କୁମାର ବଂଶଲ । ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କଠାରୁ ବିଧିବଦ୍ଧ କାର୍ଯ୍ୟଭାର ଗ୍ରହଣ କରିବେ । ଦୁଇ ବର୍ଷ ଏହି ପଦରେ ରହିବେ । ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ । କେନ୍ଦ୍ରରେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ।

ନିକଟରେ ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଥିଲା କେନ୍ଦ୍ର କ୍ୟାବିନେଟ୍‌ ନିଯୁକ୍ତି କମିଟି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ମାଓବାଦୀ ମୁକାବିଲା, ସାଇବର୍‌ କ୍ରାଇମ୍‌, ସଂଗଠିତ ଅପରାଧ ନିୟନ୍ତ୍ରଣ ସହ ମହିଳାଙ୍କୁ ସୁରକ୍ଷା ନୂଆ ପୋଲିସ ଡିଜିଙ୍କ ଆଗରେ ଚ୍ୟାଲେଞ୍ଜ ରହିବ । କ୍ରାଇମ କଣ୍ଟ୍ରୋଲ ପାଇଁ ଆକ୍ସନବୁଲ ଇଣ୍ଟେଲିଜେନ୍‌ସ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏକ୍ଷେତ୍ରରେ ବଂଶଲଙ୍କ ଅଭିଜ୍ଞତା ରାଜ୍ୟରେ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ।

Leave A Reply

Your email address will not be published.