ଜିଲ୍ଲାପାଳଙ୍କୁ ଫୋନ୍‌ କରିବେ ବୋଲି ନେଟଓ୍ଵାର୍କ ପାଇଁ ପାହାଡ ଚଢିଲେ ନେତ୍ରୀ, ଜଣାଇଲେ ଲୋକଙ୍କ ସମସ୍ଯା

କୋରାପୁଟ(କେନ୍ଯୁଜ୍): ନେଟଓ୍ଵାର୍କ ପାଇଁ ପାହାଡ ଚଢିଲେ ନେତା । ଲୋକଙ୍କ ସମସ୍ୟା ପ୍ରଶାସନକୁ ଜଣାଇବା ପାଇଁ ଗାଁରେ ନାହିଁ ମୋବାଇଲ ଫୋନ ନେଟଓ୍ଵାର୍କ । ତେଣୁ ବାଧ୍ୟ ହୋଇ ପାହାଡ ଚଢିଲେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବନ୍ଧୁଗାଁ ବ୍ଲକ ଜିଲ୍ଲା ପରିଷଦ ଜୋନ-୨ରୁ ବିଜୟୀ ହୋଇଥିଲେ ସସ୍ମିତା ମେଲକା । ଦୁର୍ଗମ ଅଞ୍ଚଳର ଏହି ଉଚ୍ଚଶିକ୍ଷିତ ଝିଅ ସସ୍ମିତାଙ୍କୁ ଜିଲ୍ଲା ପରିଷଦ ଭଳି ବଡ଼ ଦାୟିତ୍ୱ ମିଳିଛି । ଗାଁକୁ ଯାଇଥିବା ବେଳେ ଲୋକମାନେ ତାଙ୍କୁ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ସସ୍ମିତା ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ନେଟୱର୍କ ନଥିବାରୁ ଲାଗିନଥିଲା ମୋବାଇଲ ଫୋନ୍‌ ।

ଦୁଇ ଦିନ ହେଲା ଗାଁରେ ନେଟୱର୍କ ନଥିବା ଗାଁଲୋକେ ଜଣାଇଥିଲେ । ଲକ୍ଷ୍ମୀପୁର-ନାରାୟଣପାଟଣା ରାସ୍ତାର କୌଣସି ସ୍ଥାନରେ କେବୁଲ କଟିଯିବାରୁ ଦୁଇ ଦିନ ହେଲା ମୋବାଇଲ୍‌ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପାହାଡ ଉପରେ ନେଟୱର୍କ ରହୁଥିବା ଶୁଣିବାରୁ ପାହାଡକୁ ଯାଇଥିଲେ ସସ୍ମିତା । ଉଚ୍ଚ ପାହାଡ ଚଢି ନେଟୱର୍କ ଖୋଜିଥିଲେ । ବହୁ କଷ୍ଟରେ ନେଟୱର୍କ ମିଳିବାରୁ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.