ଝିଅର ଅକସ୍ମାତ୍ ମୃତ୍ୟୁକୁ ଦେଖି ସହିପାରୁନାହାଁନ୍ତି ପରିବାର ଲୋକେ, ଶ୍ୱଶୁରଘର ଲୋକ ଫେରାର

ଯାଜପୁରଟାଉନ (କେନ୍ୟୁଜ) : ଝିଅର ଶ୍ୱଶୁର ଫୋନ୍ କଲେ, ହେଲୋ ସମୁଦୁଣି, ଜଲଦି ହସ୍ପିଟାଲ ପହଁଚ । ତୁମ ଝିଅର ଅବସ୍ଥା ବହୁତ ଖରାପ । ବାସ୍ ଏତିକି ଶୁଣି ଧାଇଁ ଆସିଲେ ଝିଅର ପରିବାର ଲୋକେ । ଆସି ଦେଖନ୍ତି ତ ଝିଅକୁ ଶୁଆଇ ଦେଇଛନ୍ତି ଫ୍ରିଜରରେ । ଆଉ ଝିଅକୁ ଏମିତି ଅବସ୍ଥାରେ ଦେଖି ପରିବାର ଲୋକଙ୍କର ଯେମିତି ମାଟି ଖସିଗଲା ।
ଯେଉଁ ଝିଅକୁ ତିନି ବର୍ଷ ତଳେ ବାହା ଦେଇଥିଲେ ଆଜି ସେହି ଝିଅର ମର ଶରୀର ଦେଖି କେମିତି ବା ସମ୍ଭାଳି ହୋଇ ରହିବେ । ୨୦୨୧ ମସିହାରେ ବାହାଘର ହୋଇଥିଲା, କାନ୍ଥରୁ ଶୁଭ ବିବାହର ଲେଖା ଲିଭି ନଥିବାବେଳେ ଯୌତୁକ ପାଇଁ ଝିଅକୁ ମାରିଦେଲେ । କେହି ବାପା ମାଆ ଭାଇ କଣ ସହିବେ ।
ତେଣୁ ଝିଅର ଏମିତି ଅବସ୍ଥା ଦେଖି ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଯାଜପୁର ଜ଼ିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ପଳସା ଗ୍ରାମର ରାଧାକାନ୍ତ ସାହୁଙ୍କ ଭଉଣୀ ବନ୍ଦିତା ସେନାପତି ଭଦ୍ରକ ଜ଼ିଲ୍ଲା ବାଲିପୋଖରୀ ଗାଁର ବିରଞ୍ଚି ସେନାପତିଙ୍କୁ ୩ ବର୍ଷ ହେବ ବିବାହ କରିଥିଲେ । କିନ୍ତୁ ଗତ କାଲି ବନ୍ଦିତାଙ୍କୁ ଉଧାର କରାଯାଇ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବନ୍ଦିତାଙ୍କ ମୃତ୍ୟୁ ହୋଇଛି ବୋଲି ବନ୍ଦିତାଙ୍କ ବାପ ଘର ଲୋକଙ୍କୁ ଶାଶୁ ଘର ଫୋନ ମଧ୍ୟମରେ ଜାଣିଥିଲେ । ପରେ ବାପ ଘର ପକ୍ଷରୁ ଯୌତୁକ ପାଇଁ ବନ୍ଦିତା ଙ୍କୁ ହତ୍ୟା କରାଯାଇଥିବା ଭଣ୍ଡଳୀପୋଖରୀ ଥାନାରେ ଅଭିଯୋଗ ହୋଇଛି । ଯାଜପୁର ମୁଖ୍ୟଚିକିତ୍ସାଲୟରେ ପହଂଚି ଶବକୁ ଜବତ କରିବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।