ବିବାହ ଉତ୍ସବରେ ରକ୍ତଦାନ କଲେ ନବଦମ୍ପତି, ସଂଗ୍ରହ ହେଲା ୪୦ ୟୁନିଟ୍‌ ରକ୍ତ

ବ୍ରହ୍ମପୁର(କେନ୍ୟୁଜ୍): ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ନବ ଦମ୍ପତ୍ତି । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧରେ । ଗୁଣ୍ଠବନ୍ଧର ଧର୍ମରାଜ ପାତ୍ରଙ୍କ ବିବାହ ଉତ୍ସବର ପବିତ୍ର ଦିନରେ ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ । ବ୍ରହ୍ମପୁରର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ସହଯୋଗରେ ଆଜି ଗୁଣ୍ଠବନ୍ଧରେ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର ।

marriage1ରକ୍ତଦାନ ଶିବିରରେ ପ୍ରଥମେ ନବଦମ୍ପତି ରକ୍ତଦାନ କରିଥିଲେ । ଏହାପରେ ବିବାହ ଭୋଜିରେ ଯୋଗଦାନ କରିଥିବା ସମ୍ପର୍କୀୟ ମାନେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରକ୍ତ ଅଭାବ ଦେଖାଯାଇଥିବା ଯୋଗୁଁ ବିବାହ ଭଳି ପବିତ୍ର କାର୍ଯ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବା ସହିତ ଅନେକ ଲୋକେ ରକ୍ତଦାନ କରିଥିବା ଯୋଗୁ ସମସ୍ତେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.