ବିନିକା: ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର । ବିଷ ଦେଇ ମାରିଦେଲେ ଶ୍ୱଶୁର ଘର ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ମୃତକ ହେଲେ ଅଞ୍ଜଳି ପଧାନ। ଝିଅକୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ବାପଘର ଲୋକ ।
ସୂଚନା ଅନୁସାରେ ଗତ ୬ ମାସ ତଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ସୁବିଧା ମହାକୁରଙ୍କ ଝିଅ ଅଞ୍ଜଳି ପଧାନ ବିନିକା ଥାନା ଚରଦା ଗାଁର ନରେନ୍ଦ୍ର ପଧାନଙ୍କୁ ବିବାହ କରିଥିଲେ । ବିବାହ ପରେ ଅଞ୍ଜଳିଙ୍କୁ ଶାଶୁ ଘର ଲୋକ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ଗତ ୧୩ ତାରିଖରେ ଗୁରୁତର ଅସୁସ୍ଥ ଅବସ୍ଥାରେ ଅଞ୍ଜଳିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଏନେଇ ଅଞ୍ଜଳିଙ୍କ ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।