ରାଜ୍ୟ

ନବ ବିବାହିତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଝିଅ ଘର ପକ୍ଷ ଆଣିଲେ ହତ୍ୟା ଅଭିଯୋଗ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାରେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ପହଞ୍ଚି ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତତନ୍ତ ଜାରୀ ଜାରି ରହିଛି ।

ମହିଳା ଜଣଙ୍କ ନ’ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ସୂଚନା ମିଳିଥିବା ବେଳେ ଶାଶୁ ଘର ଲୋକ ଝିଅକୁ ମାରି ଝୁଲାଇ ଦେଇ ଥିବା ବାପା ଘର ପକ୍ଷରୁ ଅଭିଯୋଗ କରାଯାଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ SDPO ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ସନ୍ଦେହ କରି ଅଟକ ରଖିଛି ଆଠଗଡ଼ ପୋଲିସ୍ ।

ବାପା ଘର ଲୋକ କିଛି ଦିନ ପୂର୍ବରୁ ଝିଅର ସ୍ଵାଦ ଖାଇବା ନେଇ ତିରିଶି ପେଟି ବିଭିନ୍ନ ପ୍ରକାରର ଖାଦ୍ୟ ଓ ମିଷ୍ଟାନ୍ନ ନେଇ ଆସିଥିବା ବେଳେ ଶାଶୁ ଘର ଲୋକ ଚାଳିଶ ପେଟି ମିଠା ଓ କୋଡ଼ିଏ ହଜାର ଟଙ୍କା ନେଇ ଆସିବାକୁ ଦାବି କରିଥିବା ଝିଅର ବାପା ଘର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ପରିବାର ଭିତରେ ବିଭିନ୍ନ ସମୟରେ କଳହ ହେଉ ଥିବା ନେଇ ବାପା ଘର ପକ୍ଷ ଅଭିଯୋଗ କରିଛନ୍ତି । ଝିଅକୁ ମାରି ଝୁଲାଇ ଦେଇଥିବା ଝିଅର ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Niharanjan

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

4 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

5 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

23 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

48 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

52 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

55 mins ago