ବଧୂହତ୍ୟା ଅଭିଯୋଗ,ଗୋପ ପୋଲିସର ତଦନ୍ତ ଆରମ୍ଭ, ଶାଶୁ ଘର ଲୋକ ଫେରାର

ଗୋପ : ବଧୂ ହତ୍ୟା ଅଭିଯୋଗ । ମେଡିକାଲ ପରିସରରେ ଉତ୍ତେଜନା । ଗୋପ ଥାନା ମଦରଙ୍ଗ ଗାଁର ଭାଗ୍ୟବତୀ ବେହେରା ୫ ବର୍ଷ ପୂର୍ବେ ଅରୁଆଳି ଗାଁର ପପୁନି ବେହେରାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ । ଭାଗ୍ୟବତୀଙ୍କ ୪ ବର୍ଷ ଓ ଦେଢ଼ ବର୍ଷର ଦୁଇଟି ଶିଶୁକନ୍ୟା ଅଛନ୍ତି । ହଠାତ୍ ଆଜି ସକାଳୁ ଭାଗ୍ୟବତୀ ଅସୁସ୍ଥ ଥିବା ଶାଶୁ ଘରୁ ବାପଘରୁ ଫୋନ୍ ଯାଇଥିଲା ।

ପରିବାର ଲୋକ ମେଡିକାଲରେ ପହଞ୍ଚିଲା ବେଳେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ମେଡିକାଲ ପରିସରରେ ଉତ୍ତେଜନା ଦେଖାଯାଇଥିଲା । ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶାଶୁ ଘର ଲୋକେ ଫେରାର ଥିବା ଜଣାପଡିଛି ବଧୂ ହତ୍ୟା ଅଭିଯୋଗ ।